ପାରିବାରିକ କଳହ କୁ ନେଇ ମହିଳାଙ୍କୁ ଆକ୍ରମଣ

ଓଡ଼ିଶା ସମାଚାର (ମିନତୀ ବଳ) : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳର ମାତ୍ର ଦୁଇ ଶହ ମିଟର ଭିତରେ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଉଭୟ ପରିବାର ମଧ୍ୟରେ କଥା କଟାକଟି କୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ଓ ଛଅ ବର୍ଷ ର ଶିଶୁ ପୁତ୍ର ଆହତ , ଥାନାରେ ଅଭିଯୋଗ ଆଣିଲେ ମହିଳା।ସୁଚନା ମୁତାବକ ଗତ ବୁଧବାର ଘରବାଡ଼ି ରାସ୍ତା କୁ ନେଇ ପିଡିତା ମହିଳା ଲିଲିପ୍ରଭା ଧଳ ଏବଂ ରାଜେଶ୍ ଧଳ,ପ୍ରମିଳା ଧଳ,ଓ ପିଉସା ରମେଶ ସାମଲ ଙ୍କ ମଧ୍ୟରେ ସିମାନ୍ୟ ବଚସାକୁ ନେଇ ରାଜେଶ୍ ଧଳ,ପ୍ରମିଳା ଧଳ ଓ ପିଉସା ରମେଶ ସାମଲ ଉକ୍ତ ମହିଳା ଲିଲି ପ୍ରଭା ଏବଂ ତାଙ୍କର ଛଅ ବର୍ଷ ର ଶିଶୁ ପୁତ୍ର ଙ୍କୁ ଧାରୁଆ ଅସ୍ତ୍ର କାଠ ଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।ଯାହା ଫଳରେ ତାଙ୍କ ଶିଶୁ ପୁତ୍ର ସାମାନ୍ୟ ଆହତ ହୋଇଥିବାବେଳେ ଲିଲି ପ୍ରଭା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୁଚନା ଗଣମାଧ୍ୟମକୁ ଦେଇଛନ୍ତି। ଥାନାରେ ଅଭିଯୋଗ କରିବାର ୨୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି । ଗଣମାଧ୍ୟମର ପ୍ରତିନିଧି ମାନେ ନିହଲପ୍ରସାଦ ଥାନାରେ ଯୋଗାଯୋଗ କରିବାରୁ ଆସାମୀ ମାନଙ୍କ ନାମରେ କେସ୍ ନଂ ୧୩୨/୨୧ଭାରତୀୟ ଦଣ୍ଡବିଧାନ ଆଇନ୍ ୨୯୪/୩୨୩/୩୨୪/୫୦୬/୩୪ ଆଇପିସି ଧାରାରେ କେସ୍ ରୁଜୁ କରି ଅନୁସନ୍ଧାନ ଜାରୀ ରଖିଛନ୍ତି।

Leave A Reply

Your email address will not be published.