ଜୀବନ ଯନ୍ତ୍ରଣାରେ ଛଟପଟ ଦୀନବନ୍ଧୁ ଦାସ

ଓଡ଼ିଶା ସମାଚାର (ମିନତୀ ବଳ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଂଚାୟତ ର ସାନରାଏ ପଡ଼ା ଗ୍ରାମର ଦୀନବନ୍ଧୁ ଦାସ ଏକ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି , ତାଙ୍କର ପରିବାର କହିବାକୁ ଗଲେ ତିନି ଛୋଟ ଛୋଟ ପୁଅ ଝିଅ ଏବଂ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରୁଥିବା ଦୀନବନ୍ଧୁ ସେ ଆଜି ରୋଗ ଶଯ୍ୟା ରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଘରେ ଛୋଟ ଛୋଟ ପିଲା ସେମାନେ ପାଠ ପଢିବେ କେମିତି ଏବଂ ଖାଇବେ କେମିତି ତାହାକୁ ନେଇ ଦୁଃଖ ଦୁର୍ଦଶା ରେ ପରିବାର ଦିନେ ଖାଇଲେ ଦୁଇ ଦିନ ଉପାସ , ଏହି ଚିନ୍ତା ସାରା ପରିବାର ଚିନ୍ତା ରେ ଭାଙ୍ଗି ପଡିଛନ୍ତି , ସେହି ପରିବାର ଜାରକା ସ୍ଥିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର କାର୍ଯ୍ୟଳୟକୁ ଆସି ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ (ଲିକୁ ଭାଈ ) ଙ୍କୁ ଭେଟି ଦୁଃଖ କଥା ଜଣାଇଥିଲେ | ସଙ୍ଗେ ସଙ୍ଗେ ଟ୍ରଷ୍ଟ ର ସମ୍ପାଦକଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ର ସଦସ୍ୟ ମାନେ ଟ୍ରଷ୍ଟ ର କାର୍ଯ୍ୟାଳୟ ଠାରେ ଆର୍ଥିକ ସହାୟତା କରିଥିଲେ ଏବଂ ସରକାର ଙ୍କ ତରଫରୁ କେମିତି ଚିକିତ୍ସା ପାଇଁ ସାହାଯ୍ୟ ମିଳିବ ତାହା ତାଙ୍କ ପରିବାର ପାଖରେ ଆଲୋଚନା କରିଥିଲେ | ଯଦି କେହି ସହ ହୂରଦ୍ୱୟ ବ୍ୟକ୍ତି ଏହି ପରିବାର ଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ – 8328995855 , 8908848003 ( ନିଗମାନନ୍ଦ ଦାସ )

057 code kasam
Leave A Reply

Your email address will not be published.