ପାନୀୟ ଜଳ ପ୍ରକଳ୍ପ : ଜେଏମସି କମ୍ପାନୀକୁ ୧୪୫୦କୋଟି ଟଙ୍କାର ୩ଟି ଟେଣ୍ଡର

 ଓଡିଶା ସମାଚାର (ମିନତୀ ସାନ) : ରାଜ୍ୟର ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ  ପ୍ରାୟ ୧୪୫୦କୋଟି ଟଙ୍କାର ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମୁମ୍ବାଇର ମେସର୍ସ ଜେଏମସି ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ନ୍ୟସ୍ତ ହୋଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି । ଏହାସହିତ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହରରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଅହମ୍ମଦାବାଦର ପିସି ସ୍ନେହାଲ କନଷ୍ଟ୍ରକ୍ସନ୍ ପ୍ରାଃ ଲିଃକୁ ୧୦୩.୮୫କୋଟି ଟଙ୍କାର ଟେଣ୍ଡର ମଧ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଚମ୍ପୁଆ ଓ ଯୋଡ଼ା ସହରକୁ ୨୦୨୩ ଅଗଷ୍ଟ ୩୧ତାରିଖ ମଧ୍ୟରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୧୦୩.୮୫କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଉକ୍ତ ଦୁଇ ସହରର ସମସ୍ତ ଘରକୁ ନିରବଚ୍ଛିନ୍ନ ଜଳଯୋଗାଣ ହୋଇପାରିବ । ସେହିପରି କଟକ ଜିଲ୍ଲାର ୪ଟି ବ୍ଲକର ୫୬ଟି ପଂଚାୟତର ପ୍ରାୟ ୨.୬୧ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୭୫.୩୯କୋଟି ଟଙ୍କାର ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର

Leave A Reply

Your email address will not be published.