ରାଜ୍ୟରେ କରୋନା ସଂକ୍ରମଣରେ ଦୃତ ହ୍ରାସ

ଭୁବନେଶ୍ୱର, ଜୁଲାଇ ୧୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୫୫,୯୭୪ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୧୬୪୮ ସଂକମିତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୯୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୩୦,୪୧୮ ରେ ପହଁଞ୍ଚିଛି । ସେହି ପରି ରାଜ୍ୟରେ ବହୁଳ ଭାବରେ ଟେଂଷ୍ଟି ଜାରି ରହିଥିବା ବେଳେ ଏବେ ସୁଦ୍ଧା ୧,୫୧,୩୫,୮୬୨ ଜଣଙ୍କ କରୋନା ପରିକ୍ଷା କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୮୯,ବାଲେଶ୍ୱରରୁ ୮୩, ବରଗଡରୁ ୧୭,ଭଦ୍ରକରୁ ୭୭,ବଲାଙ୍ଗୀରରୁ ୧,ବୌଦ୍ଧରୁ ୫,କଟକରୁ ୩୩୫,ଦେଓଗଡରୁ ୧,ଢେଙ୍କାନାଳରୁ ୫୪,ଗଜପତିରୁ ୫,ଗଞ୍ଜାମରୁ ୧୧, ଜଗତ୍ସିଂହପୁରରୁ ୧୧୨, ଯାଜପୁର ୧୧୩,ଝାରସୁଗୁଡାରୁ ୯,କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡାରୁ ୫୦.କେଉଁଝରରୁ ୨୧,ଖୋର୍ଦ୍ଧାରୁ ୨୩୦, କୋରାପୁଟରୁ ୬. ମାଲକାନଗିରି ୩୫,ମୟୂରଭଞ୍ଜ ୭୭, ନବରଙ୍ଗପୁରରୁ ୧୨, ନୟାଗଡ଼ ୭୩.ନୁଆପଡା ୭, ପୁରୀ ୬୭,ରାୟାଗଡା ୨୧, ସମ୍ବଲପୁର ୨୪, ସୋନପୁର ୧୦, ସୁନ୍ଦରଗଡ ୩୩ ଏବଂ ରାଜ୍ୟପୁଲ୍‌ରୁ ୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.