ଗୁଣିଗାରେଡି କରୁଥିବା ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ଗ୍ରାମବାସିଙ୍କ ମାରଣାନ୍ତକ ଆକ୍ରମଣ

ସୁନ୍ଦରଗଡ, ଜୁଲାଇ ୧୯ : ଗୁଣି ଗାରେଡି ସନ୍ଦେହରେ ଗଞ୍ଜାମ ଜିଲ୍ଲାରେ ଗ୍ରାମବାସି ଗୋଟିଏ ପରିବାରର ତିନି ଜଣଙ୍କୁ ଗ୍ରାମବାସିଙ୍କ ଆକ୍ରମଣ । ଗତ ଶୁକ୍ରବାର ଦିନ ଗ୍ରାମବାସୀ ବିମଲ ନାୟକ (୪୫) ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଯିଏ ନିର୍ଦ୍ଦୋଷ ବୋଲି କହିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାବେଳେ ତାଙ୍କ ପତ୍ନୀ ଏବଂ ପୁଅ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ କହିଛି ବ୍ରହ୍ମପୁରଠାରୁ ୫୨ କିଲୋମିଟର ଦୂରରେ ଥିବା ପୋଲାସରା ଅଞ୍ଚଳର ଚିରିକିପଡା ସାସାନରେ ଗତ ଦେଢମାସ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଗ୍ରାମବାସୀ ବିମଲଙ୍କୁ ଗୁଣି ଗୁଣିଗାରେଡି କରୁଥିବା ସନ୍ଦେହ କରିଥିଲେ। ପରେ ସେମାନଙ୍କ ଉପରେ ଗ୍ରାମବାସି ମାରଣାନ୍ତକ ଆକ୍ରମଣ କରିଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଡିତ ତିନିଜଣଙ୍କୁ ପୋଲାସରା କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସେଠାରୁ ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ମେଡିକାଲକୁ ପଠାଯାଇଥିଲା । ଏହି ଘଟଣାରେ ୩୦ ଜଣ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲସରା ପୋଲିସ ଷ୍ଟେସନ ଇନ୍ସପେକ୍ଟର ଜିତେନ୍ଦ୍ର ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.