ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା

ଭଦ୍ରକ : ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା । ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି ।ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ  । ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବା ବେଳେ, କୋରୋନା କଟକଣାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛିଗତକାଲି ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

Leave A Reply

Your email address will not be published.