ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ପ୍ରତିବାଦରେ ଗୋଲାମୁଣ୍ଡା ବ୍ଲକ ବିଜେପିର ବିକ୍ଷୋଭ

ଗୋଲାମୁଣ୍ଡା : ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଆଜି ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଛି ବିଜେପି । ଗୋଲାମୁଣ୍ଡା ବ୍ଲକ ବିଜେପି ପକ୍ଷରୁ ଆଜି ଗୋଲାମୁଣ୍ଡା ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଇସିଡିଏସ ଅଫିସଠାରୁ ବିଦ୍ୟୁତ ସବ ଷ୍ଟେସନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ବିଦ୍ୟୁତ ସବ ଷ୍ଟେସନ ନିକଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନରବାଜି କରାଯିବ ସହିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ଶୁକ୍ଳାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ମଧ୍ୟ ଦାହ କରା ଯାଇଥିଲା । ରାଜ୍ୟ ସଂପାଦିକା ଶ୍ରୀମତୀ ସର୍ମିଷ୍ଠା ମେହେରଙ୍କ ନେତୃତ୍ବରେ, ଜିଲ୍ଲା ସମ୍ପାଦକ ସତ୍ୟରଞ୍ଜନ ବେହେରାଙ୍କ ସହଯୋଗରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ପ୍ରଦିପ କୁମାର ପଣ୍ଡା,କେଗାଁ ମଣ୍ଡଳ ସଭାପତି ରୁଦ୍ରାକ୍ଷ ପଟେଲ,ଦଶପୁର ମଣ୍ଡଳ ସଭାପତି ଲଲିତ ପ୍ରଧାନ, ଗୋଲାମୁଣ୍ଡା ଜୋନ ଜିଲ୍ଲା ପରିଷଦ ସଦସ୍ୟ ବୃଷଭ ନାଏକ,ଦଶପୁର ଜୋନ ଜିଲ୍ଲା ପରିଷଦ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା ନାଏକ , ସାଧାରଣ ସମ୍ପାଦକ ଭାଗ୍ୟବାନ ବାଗ, ସଂପାଦକ ଅନିରୁଦ୍ଧ ଜାଲ ଗୋଲାମୁଣ୍ଡା ମଣ୍ଡଳ ସଂପାଦକ ବୈଶାଖୁ କେତକୀ, ଗୋଲାମୁଣ୍ଡା ବ୍ଲକ ଓବିଶି ମୋର୍ଚ୍ଚା ସଭାପତି ବିଷ୍ଣୁ ପ୍ରସାଦ କାଣ୍ଡ, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ରାଉତ ଓ ଅନେକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.