ରାଜ୍ୟରେ ୨ ହଜାର ତଳେ ସଂକ୍ରମିତ ଚିହ୍ନଟ , ୬୯ ମୃତ

ଭୁବନେଶ୍ୱର : ଗତକାଲି ୨ ହଜାର ଉପରେ ଥିବା ଦୈନିକ ସଂକ୍ରମଣ ସଂଖ୍ୟା  ଆଜି ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୧୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧୪ କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, ଦେବଗଡ଼ରୁ ୬, କଟକରୁ ୨୪୮, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୨୩,  ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ  ୩୮, ଓ ଷ୍ଟେଟ ପୁଲରୁ ୧୦୦  ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.