ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ

ଜଳେଶ୍ୱର : ପଶ୍ଚିମବଙ୍ଗ ମାର୍କା ମଦ ବିକ୍ରି ପାଇଁ ଓଡ଼ିଶା ଆସି ଫସିଗଲେ ୨ ଯୁବକ । ଉତ୍ତ୍ୟକ୍ତ ଲୋକ ମଦ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚାୟତରେ । ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଏକ ଅଟୋରେ ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ ଧରି  ଆସିଥିଲେ। କାନ୍ଥିଭଉରୀ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ୨ ଯୁବକ ମଦ ଦେବା ସମୟରେ ଗ୍ରାମର ମହିଳାମାନେ ସେମାନଙ୍କୁ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗା ରୁଜା କରିଥିଲେ।

Leave A Reply

Your email address will not be published.