ଆଜି ରାଜ୍ୟରୁ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ହଜାର ତଳେ ରହୁଥିବା ବେଳେ ଆଜି ଆଉ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କାଲି ୧୯୨୭ ଟି କେସ୍ ସାମ୍ନାକୁ ଆସିଥିବା ବେଳେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୯୪୮ ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୨୮ ଟି ଲୋକାଲ କେସ୍ ରହିଛି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ହିଁ ସର୍ବାଧିକ ୪୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କଟକରୁ ୨୭୯, ଅନୁଗୋଳ ଜିଲ୍ଲାରୁ ୮୫ , ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ବଳାଙ୍ଗିରରୁ ୭, ବୌଦ୍ଧରୁ ୪, , ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩ ଚିହ୍ନଟ ହୋଇଛନ୍ତି । ଏହାବାଦ ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧, , କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭, ଷ୍ଟେଟ ପୁଲ୍‌ରୁ ୯୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୧୯୪୮ ସଂକ୍ରମିତଙ୍କୁ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ରେ ପହଞ୍ଚିଛି ।

Leave A Reply

Your email address will not be published.