ପୁଣି ରାଜ୍ୟରେ ୬୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ଏବେ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଥିବା ବେଳେ ଭୟ ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ କରୋନା ମୃତ୍ୟୁ ରେ ବ୍ରେକ୍ ଲାଗୁନଥିବା ବେଳେ ଆଉ ୬୭ ମୁଣ୍ଡ ନେଇଛି କରୋନା । ଆଜି ଆଉ ୬୭ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏହି ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାର ବା ରିଅଲ ଟାଇମ୍ ଡେଟା ନୁହେଁ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ହିଁ ମୃତ୍ୟୁ ବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୨୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ବାଲେଶ୍ୱରରୁ ୮ ଜଣ, ବରଗଡ଼ ରୁ ୭ ଜଣ, ଢେଙ୍କନାଳରୁ ୪ ଜଣ, ଅନୂଗୋଳରୁ ୪ ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡା ରୁ ଜଣେ ଲେଖାଏଁ, କନ୍ଧମାଳରୁ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ନବରଙ୍ଗପୁରୁ ୬ ଜଣ, ନୂଆପଡାରୁ ଜଣେ, ପୁରୀ ଓ ରାୟଗଡାରୁ ୫ ଜଣ ଲେଖାଏଁଙ୍କ ମୁଣ୍ଡ ନେଇଛି କରୋନା ।

Leave A Reply

Your email address will not be published.