ରାଜ୍ୟରେ ବେଧଡକ୍ ଚାଲିଛି ସବୁଜ ଜହର କାରବାର

ଗଜପତି : ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସବୁଠାରୁ ଅଧିକ ସବୁଜ ଜହର ବା ଗଞ୍ଜେଇ କାରବାର ହେଉଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଗଞ୍ଜେଇ କାରବାର ଓ ଚୋର ଚାଲାଣ ବଢି ଚାଲିଛି । ବୁଧବାର ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ଭିତରୁ ମଧ୍ୟ ରାଜ୍ୟ ବାହାରକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ । ସୂଚନା ଅନୂସାରେ ଗଜପତି ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ବିହାର କୁ ଚାଲାଣ ହେଉଥିବା ବେଳେ ଧରାପଡିଛି ଛତିଶଗଡ ପୋଲିସ୍ ହାତରେ । ନଡିଆ ଦଉଡି ଭିତରେ ପ୍ରାୟ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଏକ ପିକ୍‌ଅପ୍ ଭ୍ୟାନ୍ ଯୋଗେ ରାଜ୍ୟ ବାହାରକୁ ଯାଉଥିଲା । ତେବେ ଛତିଶଗଡ ପୋଲିସ୍ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ୍ କରାଯାଇଥିବା ଗଞ୍ଜେଇ ର ଆନୂମାନିକ ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ମାମଲାରେ ଗିରଫ ଦୁଇ ଗଞ୍ଜେଇ ବେପାରି ବିହାରର ହୋଇଥିବା ବେଳେ ଏମାନଙ୍କ ବିରୁଦ୍ଧରେ ନାର୍କୋଟିକ୍ସ ଆକ୍ଟ ଅନୂଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛତିଶଗଡ଼ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.