ଟୋକିଓ ଅଲିମ୍ପିକ୍ସ: କୋଭିଡ ଯୋଗୁଁ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ରହିବେନି ଭାରତୀୟ ଖେଳାଳି

ଟୋକିଓ : ରାତି ପାହିଲେ ଆରମ୍ଭ ହୋଇଯିବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଜାପାନର ରାଜଧାନୀ ଟୋକିଓ ଠାରେ ଅଲିମ୍ପିକ୍ସ-୨୦୨୦ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । କୋଭିଡ କଟକଣା ଯୋଗୁଁ ଲକ୍ଷାଧିକ କ୍ରୀଡ଼ାପ୍ରେମୀ ଜାପାନ ପହଂଚିପାରି ନଥିଲେ ମଧ୍ୟ ଉଦଘାଟନୀ ସମାରୋହକୁ ଟେଲିଭିଜନ ମାଧ୍ୟମରେ ଦେଖିବାକୁ ଅପେକ୍ଷା କରିଛନ୍ତି । ତେବେ ବହୁ ପ୍ରତିକ୍ଷୀତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭାରତୀୟ ଖେଳାଳି ଉପସ୍ଥିତ ରହିବେ ନାହିଁ ବୋଲି ଜଣାଯାଇଛି ।  ଭାରତୀୟ ଦଳରୁ କେବଳ ୬ ଜଣ ଅଧିକାରୀଙ୍କୁ ସମାରୋହରେ ଉପସ୍ଥିତ ରହିବା ପାଇଁ ସ୍ୱୀକୃତି ମିଳିଛି, ଯେଉଁ ଖେଳାଳିମାନେ ଆଗାମୀ ୨ ଦିନ ପରେ କ୍ରୀଡ଼ାରେ ଅଂଶଗ୍ରହଣ କରିବେ, ସେମାନେ ସମାରୋହକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସରେ ୧୨୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଦଳରେ ଅଧିକାରୀ, କୋଚ ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ସହିତ ମୋଟ ୨୨୮ ଜଣ ସାମିଲ ଅଛନ୍ତି । ଭାରତୀୟ ଅଲିମ୍ପିକ୍ସ ସଂଘର ସାଧାରଣ ସଂପାଦକ ରାଜୀବ ମେହତା କହିଛନ୍ତି ଯେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଖେଳାଳିଙ୍କୁ ଉଦଘାଟନୀ ସମାରୋହରୁ ଦୂରରେ ରଖାଯାଇଛି । 

Leave A Reply

Your email address will not be published.