ଆଜି ଶ୍ରୀଜିଉଙ୍କ ଅଧର ନୀତି

ପୁରୀ : ଶ୍ରୀଜିଉଜିଉମାନେ ଗତକାଲି ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ । କୋଭିଡ କଟକଣା ଯୋଗୁଁ ଭକ୍ତ ବଡ଼ଦାଣ୍ଡକୁ ଯାଇପାରିନଥିଲେ ବି, ଘରେ ଥାଇ ମହାପ୍ରଭୁଙ୍କର ଏହି ମନଲୋଭା ବେଶ ଦେଖିଥିଲେ । ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ନୀତି ଅନୁଷ୍ଠିତ ହେବ । ଏଥି ପାଇଁ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆସନ୍ତାକାଲି (ଜୁଲାଇ ୨୩) ମହାପ୍ରଭୁ ରତ୍ନବେଦୀକୁ ଯିବେ ।  ଅଧର ନୀତି ପାଇଁ ଆଜି ସକାଳ ୬ଟାରୁ ସାଢ଼େ ୬ଟା ମଧ୍ୟରେ ୩ ରଥ ଉପରେ ମଙ୍ଗଳ ଆଳତି ହୋଇଯାଇଛି । ୭ଟାରେ ମଇଲମ୍‌-ତଡ଼ପ ଲାଗି, ୮ଟାରେ ଅବକାଶ ନୀତି, ୯ଟାରେ ବେଶଶେଷ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା ୩୦ ଯାଏଁ ସକାଳ ଧୂପ, ଅପରାହ୍ନ ୧ଟାରେ ମଇଲମ, ୧ଟା ୩୦ରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶଶେଷ, ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ ପରେ ଅଧର ନୀତି ଆରମ୍ଭ ଏବଂ ରାତି ୮ଟା ସୁଦ୍ଧା ଅଧର ନୀତି ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।  ସେହିପରି ରାତି ୯ଟାରେ ମହାସ୍ନାନ ଶେଷ, ୧୦ଟାରେ ମଇଲମ, ବେଶ, ୧୦ଟା ୩୦ରେ ସନ୍ଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ, ୧୨ଟା ୩୦ରେ ମଇଲମ, ତଡ଼ପଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ ପରେ ୨ଟାରେ ରାତ୍ର ପହୁଡ଼ ପଡ଼ିବ । 

Leave A Reply

Your email address will not be published.