ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି

ଓଡ଼ିଶା ସମାଚାର (ମିନତୀ ସାନ) : ଆଜି ସରୁଛିି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ।  ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ କ୍ରାଇମବ୍ରାଂଚ ଓ ମୁମ୍ବାଇ ପୁଲିସ ଏହା ଉପରେ ଯାଂଚ ଜାରି ରହିବ ବୋଲି କୁହାଯାଇଛି । ଜୁଲାଇ ୧୯ ତାରିଖରେ ପୋଲସ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । କିନ୍ତୁ ପୋଲିସ ଏହି ପର୍ଣ୍ଣ ରାକେଟ ଉପରେ ଗତ ଫେବୃଆରୀ ମାସରୁ ନଜର ରଖିଥିଲା । ସେହି ମାସରେ ମୁମ୍ବାଇର ଏକ ବଙ୍ଗଳାରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଏଥିରେ ଆହୁରି ଯେ କେତେ ତଥାକଥିତ ନାମୀ ଦାମୀ ଲୋକଙ୍କ ନାଁ ଏଥିରେ ସାମିଲ ନଥିବ କିଏ କହିବ । କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଅନେକଙ୍କୁ ବିବେକ ବୁଦ୍ଧି ଶୂନ୍ୟ କରିଦିଏ । ଯାହା ଘଟିଛି ରାଜ କୁନ୍ଦ୍ରାଙ୍କ ଘଟଣାରେ । ଦିନକୁ ଦିନ ଖୋଲୁଛି ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କ ଗୁମର । ଅଶ୍ଳିଳ ଫିଲ୍ମ ପ୍ରସ୍ତୁତ କରିବାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟିଙ୍କ ସ୍ୱାମୀ ରାଜ୍ । ଦେଢ ବର୍ଷ ମଧ୍ୟରେ ଶହେରୁ ଅଧିକ ପର୍ଣ୍ଣ ଫିଲ୍ମ କରି କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି ରାଜ । ତେବେ ଗୁରୁବାର ମୁମ୍ବାଇ ପୁଲିସ୍ କ୍ରାଇମବ୍ରାଂଚ ଶାଖା ତାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିବା ପରେ ଏକାଧିକ କାଗଜ ପତ୍ର ଓ ସିଡି ଜବତ କରିବା ପରେ ଏହି ତଥ୍ୟ ଜଣାପଡିଛି । ତେବେ ଏନେଇ ପୋଲିସ୍ ହେପାଜତରେ ଥିବା ରାଜ କୁନ୍ଦ୍ରା ଆଦୌ ସହଯୋଗ କରୁନଥିବା କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ରାଜଙ୍କୁ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ୍ ଅଭିଯୋଗ । ଗିରଫ ନକରିବାକୁ ମୁମ୍ବାଇ ପୋଲିସ୍ ରାଜଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଂଚ ନେଇଥିବା ଏକ ଟ୍ୱିଟ ପାଇଛି ଆଂଟି କରପସନ୍ ବ୍ୟୁୃରୋ । ଏହା ରାଜଙ୍କର ଜଣେ ସହଯୋଗୀ ରାକେଶ ଠାକୁର ଏସିବିକୁ ଟ୍ୱିଟ କରିଛନ୍ତି ।

Leave A Reply

Your email address will not be published.