ରାଜ୍ୟରେ ଦେଢ଼ କୋଟି ଟପିଲା ଟିକାକରଣ

ଓଡ଼ିଶା ସମାଚାର (ମିନତୀ ସାନ) : ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କଲା ଓଡ଼ିଶା । ରାଜ୍ୟରେ ଦେଢ଼ କୋଟି ଟପିଛି ଟିକାକରଣ । ଜାନୁଆରୀ ୧୬ରେ ରାଜ୍ୟରେ ଟିକାକରଣ ଆରମ୍ଭ କରାଯାଇଥିବା ବେଳେ ଏଯାଏଁ ରାଜ୍ୟରେ ମୋଟ୍ ୧ କୋଟି ୫୦ ଲକ୍ଷ ୧ ହଜାର ୧୨୬ ଡୋଜ୍ ଟିକାଦିଆ ଯାଇଛିି । ପାଖାପାଖି ୩୬ ଲକ୍ଷ ଲୋକ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ଗତକାଲି ୧୧୫୮ ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୩୬ ହଜାର ୭୭୪ ଜଣଙ୍କୁ ଟିକାକରଣ କରାଯାଇଛି । ଆଜି ରାଜ୍ୟରେ ୭୯୫ କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ଯାଜପୁର ଓ କେନ୍ଦ୍ରାପଡ଼ାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ ଟିକାକରଣ ହେବ ।

Leave A Reply

Your email address will not be published.