ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଓଡ଼ିଶା ସମାଚାର (ମିନତୀ ସାନ) : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା ସଂକ୍ରମଣ ସଙ୍କଟ ପାଇଁ ୨୦୨୦ରୁ ୨୦୨୧କୁ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସାଧାରଣ, ଅସ୍ବାଭାବିକ ଓ ଆହ୍ବାନପୂର୍ଣ୍ଣ ରହିବ। କ୍ରୀଡ଼ାଗ୍ରାମରେ ସାମାଜିକ ଦୂରତା, ଖେଳାଳି ପହଞ୍ଚିବା କ୍ଷଣି କରୋନା ପରୀକ୍ଷା, ପଦକ ଉତ୍ସବରେ ନାନା କଟକଣା, ନିରାଡ଼ମ୍ବର ଉଦଘାଟନୀ ଉତ୍ସବ ସହ ଆଲିଙ୍ଗନ ଓ କରମର୍ଦ୍ଦନ ଉପରେ ବାସନ୍ଦା‌ଦେଶ ଭଳି ଅନେକ ନୂଆ କଥା ଏଥରର ଅଲିମ୍ପିକ୍ସରେ ଦେଖିବାକୁ ମିଳିବ। ଏସବୁ ସତ୍ତ୍ବେ ‘ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କ ସଫଳତା ପାଇଁ ଦେଶବ୍ୟାପୀ ଶୁଭେଚ୍ଛା ଜଣାଇଛନ୍ତି । ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସଠାରୁ ଏଯାଏଁ ଭାରତ ମାତ୍ର ୨୮ଟି ପଦକ ଜିତିବାରେ ସମର୍ଥ ହୋଇଛି । ଚଳିତ ଅଲିମ୍ପିକ୍ସରେ ଅଧିକ ପଦକ ଜିତିବା ପାଇଁ ଆଶା ରହିଛି । ଖେଳାଳିମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଚା ବାର୍ତ୍ତା ଆସିବାରେ ଲା

Leave A Reply

Your email address will not be published.