ଘର ଭିତରେ ସ୍ତ୍ରୀର ଝୁଲନ୍ତା ମୃତଦେହ, ବାହାରେ ସ୍ୱାମୀର

ଯାଜପୁର : ଘର ଭିତରୁ ସ୍ତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘର ବାହାରୁ ଏକ ଗଛରୁ ମିଳିଛି ସ୍ୱାମୀର ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗାଁରେ ଘଟିଛି ଏହି ଘଟଣା। ମୃତକ ଦ୍ୱୟ ହେଲେ ଶାନ୍ତନୁ ଜେନା ଓ ତାଙ୍କ ପତ୍ନୀ ସବିତା ଜେନା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରିବା ପରେ ଶାନ୍ତନୁ ଓ ସବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଆଜି ସକାଳେ ଘର ବାହାରେ ଶାନ୍ତନୁଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ। ସେ ଗଛରେ ଏକ ଲୁଙ୍ଗିରେ ଝୁଲି ରହିଥିଲେ। ସେହିଭଳି ଘର ଭିତରେ ସବିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତାଙ୍କ ବେକରେ ଦଉଡ଼ି ବନ୍ଧା ଯାଇଥିଲା।

Leave A Reply

Your email address will not be published.