ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୮୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୮୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ ଥିବା ବେଳେ କଟକରୁ ୨୨୧, ବାଲେଶ୍ୱରରୁ ୧୧୪, ଯାଜପୁରରୁ ୧୦୭ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୦ ଜଣ ଅଛନ୍ତି। ଅନୁଗୋଳ ଜିଲ୍ଲାରୁ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୩, ଦେବଗଡ଼ରୁ ୬, ଢେଙ୍କାନାଳରୁ ୮୪, ଗଜପତିରୁ ୩, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୪୪, କୋରାପୁଟରୁ ୭, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୯, ପୁରୀରୁ ୫୯, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୩୪, ସୋନପୁରରୁ ୬ ଓ ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.