ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବାକୁ ୮ ଖେଳାଳୀଙ୍କ ହରିୟାନା ଯାତ୍ରା

ବ୍ରହ୍ମପୁର ରିପୋର୍ଟ : ଚଳିତମାସ ୨୬ ତାରିଖଠାରୁ ହରିଆନାରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଜୁନିୟର ପୁରୁଷ ଓ ମହିଳା ଜାତୀୟ ବକ୍ସିଂ ଚମ୍ପ୍‌ିୟନସିପ୍‌ରେ ଭାଗ ନେବା ପାଇଁ ଆଜି ଗଂଜାମର ୮ ଜଣ ପ୍ରତିଯୋଗୀ ହରିଆନା ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗିତା ସନିପତ୍ ସହରର ଡ଼ିପିଏସ୍‌ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଚ୍‌ବିଏ ଓ ବିଏଫ୍‌ଆଇ ଏହାକୁ ପରିଚାଳନା କରୁଛନ୍ତି । ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳୀମାନେ ହେଲେ ପୁରୁଷ ଜୁନିୟର ସମ୍ଭାରି ସାଇପ୍ରତାପ (୪୪-୪୬ କେଜି), ପ୍ରବୀନ କୁମାର ସେଠୀ (୫୦-୫୨ କେଜି), ବିଶାଲ ସାହୁ (୫୭-୬୦କେଜି), ସୌମ୍ୟରଂଜନ ପରିଡ଼ା (୬୦-୬୩କେଜି), ମହିଳା ଜୁନିୟର ଶ୍ରୀୟା ମହାରଣା (୪୪-୪୬ କେଜି), ମନସ୍ୱିନି ସାବତ (୫୦-୫୨ କେଜି), ଭୂମିକା ପ୍ରଧାନ (୫୨-୫୪କେଜି), ଶ୍ୟାମ ମୁଖି (୭୦-୭୫କେଜି) ବର୍ଗରେ ଅଛନ୍ତି । କୋଚ୍ ମ୍ୟାନେଜର ଭାବେ ଗୌରି ପଣ୍ଡା, ଏନ୍‌. ମାଧବ, ସଂଜୟ କୁମାର ସେଠୀଙ୍କ ସମେତ ଜାତୀୟ ରେଫେରୀ ତଥା ସ୍ଥାନୀୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ ଯାତ୍ରା କରୁଛନ୍ତି । ବକ୍ସିଂ ଫେଡ଼େରେସନ୍‌ର ଉପସଭାପତି ଅନିଲ ବହିଦାର ଏହାକୁ ପରିଚାଳନା କରିବେ ବୋଲି ଜିଲ୍ଲା ସଂପାଦକ ଆର୍‌. ପ୍ରଭାକର ରାଓ କହିଛନ୍ତି । ଗଂଜାମ ପ୍ରତିଯୋଗିମାନେ ସଫଳ ହେବେ ବୋଲି ସ୍ଥାନୀୟ ବକ୍ସରମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.