୨୪ ଘଣ୍ଟାରେ ରାଜ୍ୟରେ ୧୬୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ଜୁଲାଇ ୨୬ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୬୯,୧୮୫ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୧୬୩୭ ସଂକମିତଙ୍କ ମଧ୍ୟରୁ ୯୪୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୧୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୪୫,୧୭୭ ରେ ପହଁଞ୍ଚିଛି । ସେହିପରି ଏବେ ସୁଦ୍ଧା ୧,୫୬,୫୬,୨୦୪ ଜଣଙ୍କ କରୋନା ପରିକ୍ଷା କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧୦୦,ବାଲେଶ୍ୱରର ୫୭, ବରଗଡରୁ ୧୧,ଭଦ୍ରକରୁ ୭୧,ବଲାଙ୍ଗୀରରୁ ୮,ବୌଦ୍ଧରୁ ୯,କଟକରୁ ୨୫୦,ଦେଓଗଡରୁ ୪,ଢେଙ୍କାନାଳରୁ ୫୦, ,ଗଞ୍ଜାମରୁ ୧୬, ଜଗତ୍ସିଂହପୁରରୁ ୮୫, ଯାଜପୁର୮୦,ଝାରସୁଗୁଡାରୁ ୬,କଳାହାଣ୍ଡିରୁ୭, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୭୬.କେଉଁଝରରୁ୧୮,ଖୋର୍ଦ୍ଦାରୁ ୩୫୦, କୋରାପୁଟରୁ ୯. ମାଲକାନଗିରି ୯,ମୟୂରଭଞ୍ଜ ୭୫, ନବରଙ୍ଗପୁରରୁ ୯, ନୟାଗଡ଼ ୩୯.ନୁଆପଡା ୧୪, ପୁରୀ ୭୮,ରାୟାଗଡା ୧୪, ସମ୍ବଲପୁର ୧୩, ସୋନପୁର ୧୧, ସୁନ୍ଦରଗଡ ୬୧ ଏବଂ ରାଜ୍ୟପୁଲ୍‌ରୁ ୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.