୨୪ ଘଣ୍ଟାରେ ରାଜ୍ୟରେ କୋରୋନାରେ ୬୨ ମୃତ

ଭୁବନେଶ୍ୱର,ଜୁଲାଇ ୨୬ : ରାଜ୍ୟରେ କରୋନାରେ ପ୍ରାଣ ହରାଇଲେ ଆଉ ୬୨ ଜଣ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନାହିଁ। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ ସୁନ୍ଦରଗଡରୁ ୧୦ ଜଣ, କେନ୍ଦୁଝରରୁ ୪, ଯାଜପୁରରୁ ୨,ଗଞ୍ଜାମ,ଜଗତସିଂହପୁର,କନ୍ଧମାଳ ଏବଂ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ତେବେ ରାଜ୍ୟରେ ଏବେ କରୋନା ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଜିଠୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣି ପାଇଁ ସ୍କୁଲ ଗୁଡିକ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ତେବେ ସଂକ୍ରମଣ ହାର ହ୍ରାସ ପାଉଥିବାରୁ ସାଧାରଣ ଲୋକଙ୍କ ଅମାନିଆ ପ୍ରବୃତି ପୁଣି ସଂଙ୍କଟ ଆଣିଦେବ ବୋଲି ଆଶଂଙ୍କା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଶେଷ କରୋନା ସମିକ୍ଷାରେ ସଂକ୍ରମଣ କମୁଥିଲେ ମଧ୍ୟ ଏହା ଅତ୍ମସନ୍ତୋଷର ବେଳ ନିହେଁ ବୋଲି କହିଥିଲେ । ଏହା ସହିତ ଅଧୀକାରିମାନଙ୍କୁ ସତର୍କ ରହି କୋଭିଡ କଟକଣାର କଡା ପାଳନକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.