ଆଜି ରାଜ୍ୟରେ ବିଜୂଳି ଘଡଘଡି ସହିତ ବର୍ଷା

ଭୁବନେଶ୍ୱର, ଜୁଲାଇ ୨୬ : ଟ୍ରପ୍‌ଲାଇନ୍ ପ୍ରଭାବରେ ରାଜ୍ୟରେ ଅସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୁଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଆଜି ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଘଡଘଡ ସହିତ କାଳବୈଷାଖି ହେବା ସମ୍ଭାବନା ଥିବା ବେଳେ ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷାାର ପରିମାଣ ବୃଦ୍ଧୀ ପାଇବ ।  ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଏବଂ ଦକ୍ଷିଣରେ କେତେକ ଜିଲ୍ଲା ଯେପରିକି ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ବରଗଡ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଆଦି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରାଯାଇଛି । ସେହିପରି ୨୮ ତାରିଖରେ କଟକ,ଜଗତ୍‌ସିଂହପୁର,ପୁରୀ,ଖୋର୍ଦ୍ଧା,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ସମ୍ବଲପୁର, ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ୨୯ ତାରିଖରେ କେନ୍ଦୁଝର,ଢେଙ୍କାନାଳ,କେନ୍ଦ୍ରାପଡା,କଟକ,ଅନୁଗୁଳ,ସମ୍ବଲପୁର,ବରଗଡ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନି ଦିଆଯାଇଛି ।

Leave A Reply

Your email address will not be published.