ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ଜୁଲାଇ ୨୭ : ଉତ୍ତର ବଙ୍ଗୋପସାଗର ତଥା ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ ଜୁଲାଇ ୨୮ ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ପ୍ରବଳ ବର୍ଷା ପ୍ରଭାବରେ କିଛି ଜିଲ୍ଲାର ତଳିଆ ଅଞ୍ଚଳରେ ସାମୟିକ ଜଳମଗ୍ନ  ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏହି ଅଞ୍ଚଳରେ ଚାଷ ଜମିଗୁଡିକରେ ଅଧିକ ବୃଷ୍ଟିପାତ ଯୋଗୁଁ ଫସଲ ହାନୀ ହେବାର ସମସ୍ୟା ସୃଷ୍ଟି ହୋଇପାରେ ତେଣୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପାଣିପାଗ ବିବାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସହିତ ପ୍ରଭାବିତ ଜିଲ୍ଲାର କେତେକ ସହରର ତଳିଆ ଅଞ୍ଚଳରେ ବର୍ଷା ପ୍ରଭାବରେ ଯାତାୟତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓ  ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ,ମୟୁରଭଞ୍ଜ,ବାଲେଶ୍ୱର,ଯାଜପୁର ଏବଂ ଭଦ୍ରକ ଆଦି ଜିଲ୍ଲା ଗୁଡିକରେ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭବନା ରହିଛି । ଏହା ପରେ ଆସନ୍ତା କାଲି ୨୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର,କେନ୍ଦ୍ରାପଡା, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଜଗତ୍‌ସିଂହପୁର,କଟକ,ଅନୁଗୁଳ,ଦେବଗଡ,ସୁନ୍ଦରଗଡ, ଏବଂ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ସେହିପରି ୨୯ ତାରିଖରେ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ ,କେନ୍ଦୁଝର, ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ଏବଂ ବାଲେଶ୍ୱର, ଭଦ୍ରକ ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ,ଖୋର୍ଦ୍ଧା,ଝାସରୁଗୁଡା,ସୋନପୁର,ବରଗଡ,ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.