ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ଜୁଲାଇ ୨୭ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୭୦,୮୧୪ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୧୬୩୭ ସଂକମିତଙ୍କ ମଧ୍ୟରୁ ୯୩୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୨୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୪୭,୩୮୧ ରେ ପହଁଞ୍ଚିଛି । ସେହିପରି ଏବେ ସୁଦ୍ଧା ୧,୫୭,୧୮,୮୯୦ ଜଣଙ୍କ କରୋନା ପରିକ୍ଷା କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪୪,ବାଲେଶ୍ୱରର ୯୩, ବରଗଡରୁ ୧୧,ଭଦ୍ରକରୁ ୭୬,ବଲାଙ୍ଗୀରରୁ ୫,ବୌଦ୍ଧରୁ ୨,କଟକରୁ ୧୬୦,ଦେଓଗଡରୁ ୯,ଢେଙ୍କାନାଳରୁ ୩୯,ଗଜପତି ୨ ,ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୬୭, ଯାଜପୁର ୮୪,ଝାରସୁଗୁଡାରୁ ୫,କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୪୭.କେନ୍ଦୁଝରରୁ ୨୯,ଖୋର୍ଦ୍ଦାରୁ ୫୩୨, କୋରାପୁଟରୁ ୪. ମାଲକାନଗିରି ୫,ମୟୂରଭଞ୍ଜ ୫୩, ନବରଙ୍ଗପୁରରୁ ୬, ନୟାଗଡ଼ ୩୮.ନୁଆପଡା ୧୦, ପୁରୀ ୯୬,ରାୟାଗଡା ୧୨, ସମ୍ବଲପୁର ୧୪, ସୋନପୁର ୨୨,  ସୁନ୍ଦରଗଡ ୨୨ ଏବଂ ରାଜ୍ୟପୁଲ୍‌ରୁ ୧୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.