ବିଶ୍ୱରେ ସାଢ଼େ ୧୯ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ଜୁଲାଇ ୨୭ : ସମଗ୍ର ବିଶ୍ୱରେ କରୋନା ଭାଇରସ ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୯ କୋଟି ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ତୁଳନାରେ କମ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସମୟ ଭିତରେ ୪ ଲକ୍ଷ ୨୧ ହଜାର ୫୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୮୦୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୫୩ ଲକ୍ଷ ୯ ହଜାର ୪୯୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୮୧ ହଜାର ୯୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୭୧ ଲକ୍ଷ ୧ ହଜାର ୧୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୪ହଜାର ୮୧୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୭୧ ହଜାର ୫୨୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୬ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୫ ଲକ୍ଷ ୪୧ ହଜାର ୫୯୫ ଲୋକ ସୁସ୍ଥ ହୋଇଥିବା ବେଳେ ୫୧ ଲକ୍ଷ ୨ ହଜାର ୯୪୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୩୨୩ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.