ଚମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଭାରତୀୟ ହକି ଟିମ୍

ଟୋକିଓ, ଜୁଲାଇ ୨୯ :  ଭାରତୀୟ ହକି ଟିମ୍ ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଛି । ୭ମ ଦିନରେ ପୁଲ-ଏ ମ୍ୟାଚରେ ରିଓ ଅଲିମ୍ପିକ୍ସ-୨୦୧୬ ଚମ୍ପିଅନ ଆଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରିଛି । ଆର୍ଜେଣ୍ଟିନା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ ଗୋଲ ଦେଇ ୧-୦ରେ ଅଗ୍ରଣୀ ଥିଲା । ମାଇକୋ କ୍ୟାସେଲା ୪୭ତମ ମିନିଟରେ ପ୍ୟାନାଲ୍ଟି ଗୋଲ ଦେଇଥିଲେ । ଟିମ ପାଖରେ ଭଲ ସୁଯୋଗ ଥିଲା । କିନ୍ତୁ ଭାରତୀୟ ଖେଳାଳିମାନେ ଫର୍ମକୁ ଫେରିଥିଲେ । ଜବାବରେ ଭାରତ ପକ୍ଷରୁ ବରୁଣ କୁମାର, ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂହ ଗୋଲ ଦେଇଥିଲେ ।  ସୂଚନାଯୋଗ୍ୟ, ଭାରତୀୟ ଟିମ ପୁଲ-୧ରେ ନିଜର ୩ୟ ମ୍ୟାଚରେ ମଙ୍ଗଳବାର ସ୍ପେନକୁ ୩-୦ରେ ପରାସ୍ତ କରିଥିଲା । ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ ୨ଟି ଓ ସିମରନଜୀତ ସିଂହ ଗୋଟିଏ ଗୋଲ ଦେଇଥିଲେ । ଟିମ ଇଣ୍ଡିଆ ପୂର୍ବରୁ ନ୍ୟୁଜିଲାଣ୍ଡକୁ ନିଜର ପ୍ରଥମ ମ୍ୟାଚରେ ୩-୨ ଗୋଲରେ ପରାସ୍ତ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୧-୭ରେ ପରାସ୍ତ ହୋଇଥିଲା । ତୀରନ୍ଦାଜୀରେ ଭାରତର ଅତନୁ ଦାସ ନିଜର ଚୀନ ତାଇପେଇ ପ୍ରତିଦ୍ୱନ୍ଦ୍ୱୀ ଡେଙ୍ଗ ୟୁ-ଚେଙ୍ଗଙ୍କୁ ୩୨ତମ ବ୍ୟକ୍ତିଗତ ରାଉଣ୍ଡରେ ପରାସ୍ତ କରିଛନ୍ତି । ଅନ୍ୟପଟରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ମହିଳା ଏକକ ବର୍ଗରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଟଙ୍କୁ ୨୧-୧୫,୨୧-୧୩ରେ ପରାସ୍ତ କରିଛନ୍ତି । ଏଥି ସହିତ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ତାରକା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୂଚନାଯୋଗ୍ୟ, ପିଭି ସିନ୍ଧୁ ଆଜି ନିଜର ପ୍ରତିଯୋଗୀଙ୍କ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ପ୍ରବଳ ଉତ୍ସାହର ସହିତ ମ୍ୟାଚ ଖେଳିଛନ୍ତି । 

Leave A Reply

Your email address will not be published.