ବିଶ୍ୱବ୍ୟାପୀ କରୋନା ପୁଣି ଉପର ମୁହାଁ

ନୂଆଦିଲ୍ଲୀ, ଜୁଲାଇ ୨୯ : କରୋନା ଭାଇରସ ସଂକ୍ରମଣ ବିଶ୍ୱସ୍ତରରେ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୩୮ ହଜାର ୧୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୮୭୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।  ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୬୬ ଲକ୍ଷ ୨୦ ହଜାର ୩୭୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୨ ହଜାର ୫୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୮୦ ଲକ୍ଷ ୭୧ ହଜାର ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୩ ଲକ୍ଷ ୪୬ ହଜାର ୮୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୬ହଜାର ୪୭୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୪ ଲକ୍ଷ ୬୯ ହଜାର ୨୧୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୮ ହଜାର ୫୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୬ ଲକ୍ଷ ୧ ହଜାର ୨୩୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୨ ଲକ୍ଷ ୩୯ ହଜାର ୯୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୯୭୪ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.