୩ ଗଞ୍ଜେଇ ମାଫିଆ ଗିରଫ

କଟକ, ଜୁଲାଇ 29 : ରାଜ୍ୟରେ ବଢୁଛି ନିଶା କାରବାର । ତେବେ କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳରେ ୩ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ହେଲେ ବାଉରୀବନ୍ଧୁ ଦଳେଇ, ମଙ୍ଗୁଳି କଁଅର ଏବଂ ପ୍ରହ୍ଲାଦ ବେହେରା ।  ସୂଚନାନୁସାରେ, ଏସଟିଏଫକୁ ଗଞ୍ଜେଇ ଚୋରା କାରବାର ନେଇ ସୂଚନା ମିଳିଥିଲା । ଏହାପରେ ଏକ ସ୍ୱତନ୍ତ୍ର ଟିମ ଚଢଉ କରି ୩ ଗଞ୍ଜେଇ ବ୍ୟବସାୟୀଙ୍କୁ ଧରିଥିଲା । ସେମାନଙ୍କଠାରୁ ୧କୁଇଣ୍ଟାଲ ୫୨ କେଜି ଗଞ୍ଜେଇ ଜବତ କରାଯାଇଛି  ଜବତ ଗଞ୍ଜେଇର ମୂଲ୍ୟ ମୂଲ୍ୟ ୬ଲକ୍ଷ ୫୦ ହଜାର ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବଡ଼ମ୍ବା ପୋଲିସ ମାମଲା ରୁଜ୍ଜୁ କରି ଗିରଫ ଅଭିଯୁକ୍ତଙ୍କୁ ଜେରା କରୁଛି ।

Leave A Reply

Your email address will not be published.