ଢେଙ୍କାନାଳ ନାବାଳିକା ଦୁଷ୍କର୍ମ ମାମଲା ,ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ

ଢେଙ୍କାନାଳ, ଜୁଲାଇ 29 : ଢେଙ୍କାନାଳ ନାବାଳିକା ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କାର ଫାଇନ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ଫାଷ୍ଟ ଟ୍ରାକରେ ସ୍ବତନ୍ତ କୋର୍ଟର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ।  ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଲା ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଆଲୋକ ବେହେରା । ଆଲୋକ ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଗତ ୨୦୧୭ ମସିହା ଅକ୍ଟୋବର ୪ ତାରିଖରେ ଏନେଇ ନାବାଳିକା ଜଣଙ୍କ ଅଭିଯୋଗ କରିଥିଲେ । ପୋଲିସ ଆଲୋକକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା ।  ଏହି ମାମଲାର ଶୁଣାଣି କରି ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ ରାୟ ଶୁଣାଇବା ସହ ଅଭିଯୁକ୍ତକୁ ଜରିମାନା ଓ ଜେଲଦଣ୍ଡ ଶୁଣାଇଛନ୍ତି ।

Leave A Reply

Your email address will not be published.