ରାଜ୍ୟରେ ଖୁବ ଶୀଘ୍ର ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର,ଜୁଲାଇ 29 : ରାଜ୍ୟରେ ଖୁବ ଶୀଘ୍ର ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ନର୍ସିଂ, ଫାର୍ମାସି, ଫିଜୋଥୋରପି ତଥା ମେଡିକାଲ ସାଇନ୍ସ ପାଠ୍ୟକ୍ରମ ଆରମ୍ଭ କରିବା ସହ କୋଭିଡ ଗାଇଡଲାଇନ୍‌କୁ ପାଳନ କରିବାକୁ ଚିଠିରେ ଶ୍ରୀ ମହାପାତ୍ର ଡିଏମ୍‌ଇଟିଙ୍କୁ ଚିଠିରେ ଦର୍ଶାଇଛନ୍ତି । ଛାତ୍ରଛାତ୍ରୀଙ୍କୁ କଲେଜ ପ୍ରବେଶ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି । ମାକ୍ସ ପରିଧାନ, ସାମାଜିକ ଦୂରତ୍ୱ, ହାତ ଧୂଆ ଏବଂ ଅଜଥା ଗହଳି ନକରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ମଧ୍ୟ ରହିଛି । ସେହିପରି କ୍ଲିନିକାଲ ଏବଂ ପ୍ରାକ୍ଟିକାଲ ପାଇଁ ସ୍ୱତନ୍ତ୍ର ୩ଟି ବ୍ୟାଚ୍ କରାଯିବ । ଯେଉଁଥିରେ କୋଭିଡର ୨ଟିଯାକ ଟିକା ନେଇଥିବା, ଗୋଟିଏ ଡୋଜ ଟୀକା ନେଇଥିବା ଏବଂ ଆଦୌଂ ଟିକା ନେଇଥିବା ଛାତ୍ରଛାତ୍ରୀଙ୍କୁ ରଖାଯିବ । ଏହାବ୍ୟତୀତ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଥିଓରୀ ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିବ । କେବଳ ପ୍ରାକ୍ଟିକାଲ, କ୍ଲିନିକାଲ କ୍ଲାସେସ ଏବଂ ପରୀକ୍ଷା ଲାଗି ସର୍ବାଧିକ ୫୦% ପିଲାଙ୍କ ନେଇ ଛୋଟଛୋଟ ଗ୍ରୁପ କରାଯିବ ।

Leave A Reply

Your email address will not be published.