ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଠ

ଭୁବନେଶ୍ୱର,ଜୁଲାଇ 29 :ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ହେଲେ କେଉଁ କାଣ ପାଇଁ ଏପରି କାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଫଳରେ ଏହି ଘଟଣା ବାବଦରେ ସୁଚନା ପାଇ ସହିଦନଗର ଥାନା ପୋଲିସ୍ ଶବଟିକୁ ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୁବକଙ୍କ ସୁଚନା ମିଳିପାରି ନାହିଁ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ପୋଲିସ । ମୃତ ଯୁବକ ଏକ ଜିନ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକା ସାର୍ଟ ପିନ୍ଧିଛନ୍ତି । ମୃତ ଯୁବକଙ୍କ ବୟସ ୩୦ ବର୍ଷ ଭିତରେ ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ବିଷୟରେ କିଛି ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । ପୋଷ୍ଟ ମର୍ଟମ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ଯୁବକଙ୍କ ବିଷୟରେ କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ପୋଲିସ ।

Leave A Reply

Your email address will not be published.