ଏସୀୟ ଅନଲାଇନ ଦଳଗତ ଚେସ ପ୍ରତିଯୋଗିତା, ଅଙ୍କିତାଙ୍କ ଦଳଗତ ସ୍ଵର୍ଣ ପଦକ

ଜୁଲାଇ 29 : ଓଡ଼ିଆ ଚେସ ତାରକା ଅଙ୍କିତା ସାହୁଙ୍କୁ ସଫଳତା । ସେ ସୋମବାର ଏସୀୟ ଅନଲାଇନ ଦଳଗତ ଚେସ ପ୍ରତିଯୋଗିତାରେ ସୂର୍ଣ୍ଣ ପଦକ ଜିଣିଛନ୍ତି । 17 ବର୍ଷରୁ କମ ବର୍ଗରେ ସେ ଏହି ସଫଳତା ପାଇଛନ୍ତି । ଭାରତ ପାଇଁ ଅଙ୍କିତାଙ୍କ ସହ ବୃଷ୍ଟି ମୁଖାର୍ଜୀ, ପ୍ରତିଚି ଚନ୍ଦ୍ରାଚେୟ ଓ ଆରୁଷି କୋଟୱାଲ ଆଦି ପ୍ରତିଯୋଗିତାରେ ସାମିଲ ହୋଇଥିଲେ ।  ଏଥିରେ ବୃଷ୍ଟି 7.5 ପଏଣ୍ଟ ପାଇଥିବା ବେଳେ ଅଙ୍କିତା 6.5 ପଏଣ୍ଟ ପାଇଥିଲେ । ତେବେ ଭାରତ ଓ ଫିଲିପାଇନ୍ସ ଉଭୟ ସମାନ 26 ପଏଣ୍ଟ ପାଇଥିଲେ । କିନ୍ତୁ ବୁକହୋଲଡ଼ରେ ଭାରତ ଉପରେ ରହିଥିଲା ।  ସେହିପରି ବାଂଲାଦେଶ ତୃତୀୟ ସ୍ଥାନରେ ରହିଥିଲା ।  ତେବେ ଅଙ୍କିତାଙ୍କ ଏହି ସଫଳତା ପରେ ତାଙ୍କୁ ନିଖିଳ ଓଡିଶା ଚେସ ସଙ୍ଘ ପକ୍ଷରୁ ଶୁଭେଛା ଜଣାଯାଇଛି

Leave A Reply

Your email address will not be published.