ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ, ଜୁଲାଇ ୨୯ : ରାଷ୍ଟ୍ରୀୟ ରାଜଧାନୀ ତିହାର ଜେଲରେ ଦିନ କାଟୁଥିବା ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଛୋଟା ରାଜନକୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ଛୋଟା ରାଜନର ପେଟରେ ଯନ୍ତ୍ରଣା ହେଉଛି ଏବଂ ସମସ୍ୟା କ’ଣ ରହିଛି, ତାହା ଜାଣିବା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି ।  ସୂତ୍ର ଅନୁସାରେ ତିହାର ଜେଲର ୨ ନମ୍ବର ସେଲରେ ଦିନ କାଟୁଥିବା ଛୋଟାରାଜନ ମଙ୍ଗଳବାର ଅପରାହ୍ନ ସମୟରେ ଅସୁସ୍ଥ ହୋଇଥିଲା । ତା’ର ପେଟ ଯନ୍ତ୍ରଣା ହୋଇଥିଲା । ସୁରକ୍ଷାକର୍ମୀ ଏବାବଦରେ ଜାଣିବା ପରେ ଜେଲର ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଛୋଟା ରାଜନର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡକାଯାଇଥିଲା । ଆରମ୍ଭରୁ ଜେଲର ଡାକ୍ତରମାନେ ଛୋଟାରାଜନର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଜେଲର ଡାକ୍ତର ଜାଣି ନପାରିବା ପରେ ତାକୁ ଅଧିକ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ଛୋଟାରାଜନକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଏମ୍ସକୁ ନିଆଯାଇଥିଲା ।  ସୂଚନାଯୋଗ୍ୟ, ଛୋଟା ରାଜନକୁ ଗତ ଏପ୍ରିଲ ୨୪ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ତାକୁ ୧୮ ଦିନ ଚିକିତ୍ସା କରାଯାଇଥିଲା । ଏହା ପରେ ମେ’ ମାସ ୧୧ ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଏମ୍ସରୁ ତିହାର ଜେଲ ନିଆଯାଇଥିଲା । କିନ୍ତୁ ସେହି ସମୟରେ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ, ହତ୍ୟାକାଣ୍ଡ ଘଟଣାରେ ଛୋଟା ରାଜନକୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ୨ ବର୍ଷ କାରାଦଣ୍ଡ ଦେଇଛନ୍ତି ।  

Leave A Reply

Your email address will not be published.