ପେଗାସସ୍ ସ୍ପାଏୱେରକୁ ନେଇ ସଂସଦରେ ଝଡ଼

ପେଗାସସ୍ ସ୍ପାଏୱେରକୁ ନେଇ ସଂସଦରେ ଝଡ଼ । ମୌସୁମୀ ଅଧିବେସନର ଅଷ୍ଟମ ଦିନରେ ମଧ୍ୟ ମୋବାଇଲରେ ଗୁଇନ୍ଦାଗିରିକୁ ନେଇ ହଙ୍ଗାମା ଜାରି ରହିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ବେଳେ ବିରୋଧୀ ସଦସ୍ୟ ମାନେ ପେଗାସସ ମାମଲାରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ହଟଗୋଳ କରିଥିଲେ । ଉଭୟ ଲୋକସଭା ରାଜ୍ୟସଭାକୁ ମୁଲତବୀ କରାଯାଇଥିଲା । ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରାଜ୍ୟସଭାକୁ ସାଢେ ୧୧ଟା ପର୍ଯ୍ୟନ୍ତ ଏବଂ ଲୋକସଭାକୁ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଥିଲା । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କ ସମ୍ବୋଧନ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ହଙ୍ଗାମାକୁ ନେଇ ଲୋକସଭା ବାଚସ୍ପତି ସଂସଦର ଗାରିମା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଭଳି ଘଟଣା ଦୋହରାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଚସ୍ପତି । ସେହିପରି କାଗଜ ଫିଙ୍ଗିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବାଚସ୍ପତି । ସେପଟେ ବିରୋଧୀ କହିଲେ ଆମକୁ କହିବାକୁ ଦିଆଯାଉନି ସୁଯୋଗ ।

Leave A Reply

Your email address will not be published.