ଆଜି ଅପରାହ୍ନରେ ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ, ଜୁଲାଇ ୩୦ : ଆଜି ଅପରାହ୍ନ ପ୍ରକାଶ ପାଇବ ସିବିଏସସି ଦ୍ୱାଦଶ ରେଜଲ୍ଟ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଆଜି cbseresults.nic.in ରେ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବ । CBSE ଦ୍ୱାଦଶ ଫଳାଫଳ ଅପରାହ୍ନ ୨ ଟାରେ ଘୋଷଣା କରାଯିବ ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ହେତୁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିବାରୁ ସିବିଏସ୍‌ଇ ଦ୍ୱାଦଶ ଫଳାଫଳ ଏକ ବିକଳ୍ପ ଉପାୟରେ ପ୍ରସ୍ତୁତ କରାଯାଇଛି । ଉକ୍ତ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଆଜି ପିଲାମାନଙ୍କ ମାର୍କ ପ୍ରକାଶ ପାଇବ । ପିଲାମାନଙ୍କ ରେଜଲ୍ଟ ଅନଲାଇନ୍ ରେ ଉପଲବ୍ଧ ହେବାକୁ ଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ତେଣୁ ଅନଲାଇନ୍ ରେ କ୍ରାଉଡ କମ୍ କରିବା ପାଇଁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ସିବିଏସ୍‌ଇ ରେଜଲ୍ଟ ଉପଳବ୍ଧ ହେବ ।

Leave A Reply

Your email address will not be published.