ରାଜ୍ୟରେ ଅନଲକ୍ ସ୍ଥିତି ଆସିନାହିଁ, ଏବେବି କଟକଣା ମଧ୍ୟରେ ରହିବ ଓଡ଼ିଶା : DMET

ଭୁବନେଶ୍ୱର, ଜୁଲାଇ ୩୦ : ଆଉ ଗୋଟିଏ ଦିନ ପରେ ଶେଷ ହେବାକୁ ଯାଉଛି ଜୁଲାଇ ଗାଇଡଲାଇନ୍। ଅଗଷ୍ଟ ଗାଇଡଲାଇନ୍ ଏବେ ଠାରୁ ଚିନ୍ତା ବଢିଛି । ଏବେବି ରାଜ୍ୟରେ ଦୈନିକ ସଂକ୍ରମଣ ଆଶା ଅନୁଯାଇ ତଳକୁ ଯାଇ ନାହିଁ । ଏଭଳି ସ୍ଥିତିରେ ଅଗଷ୍ଟ ଗାଇଡଲାଇନ୍ କୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମାହାନ୍ତି । ରାଜ୍ୟରେ ଏବେ ସଂକ୍ରମଣ ସ୍ଥିତିକୁ ଦେଖିଲେ ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ଏବେବି କଟକ ଓ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ରହିଛି । ତେଣୁ ରାଜ୍ୟରେ ଏସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍ ର ନିଷ୍ପତି ନେବେ ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି । ଏବେ ରାଜ୍ୟରେ ଅନଲକ୍ ସ୍ଥିତି ଆସିନାହିଁ । ଆହୁରି କିଛି ଦିନ ଆମକୁ ଏଭଳି ଲକଡାଉନ୍ ମଧ୍ୟରେ ବା କଟକଣା ଭିତରେ ରହିବାର ଆବଶ୍ୟକତା ରହିଛି । କିଛି ଜିଲ୍ଲାରେ ତିନି ଅଙ୍କ ବିଶିଷ୍ଟ ସଂକ୍ରମଣକୁ ଆୟତକୁ ଆଣିବା ପାଇଁ କଟକଣାର ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର ସିବିକେ ମାହାନ୍ତି । ଅନ୍ୟପଟେ ରାଜଧାନୀରେ ଡେଙ୍ଗୁ ଆତଙ୍କକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇ ଡିଏମଇଟି କହିଛନ୍ତି ଯେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.