ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ଜୁଲାଇ ୩୦ : ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟବାସୀ । ବର୍ତ୍ତମାନ ପୁଣି ୬୬ ଲୋକଙ୍କ ଜୀବନ ନେଇଛି କରୋନା ମହାମାରୀ । ପ୍ରତିଦିନ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ନୂଆ ନୂଆ ରେକର୍ଡ କରିଚାଲିଛି । ଏବେ ରାଜ୍ୟରେ କରୋନା ମୃତ୍ୟୁ ଟ୍ରେଣ୍ଡ ୬୦-୭୦ ମଧ୍ୟରେ ରହିଛି । ଯାହା ଅତି ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ତେବେ କରୋନରେ ପ୍ରାଣ ହରାଇଥିବା ୬୬ ଜଣଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି କଟକରୁ ୧୦, ଖୋର୍ଦ୍ଧାରୁ ୮ ଓ ଭଦ୍ରକ୍ ରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଯାଯପୁରରୁ ୫, ଗଞ୍ଜାମ, ପୁରୀ ଓ ଜଗତସିଂପୁରରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଝାରସୁଗୁଡା, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାସହିତ ବୌଦ୍ଧ, ଦେବଗଡ, ଗଜପତିରୁ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରୁ ମଧ୍ୟ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଏହି ୬୬ ଜଣ ମୃତକଙ୍କୁ ମିଶାଇ ଏବେ ସୁଦ୍ଧା ରାଜ୍ୟ ମୋଟ୍ ମୃତ୍ୟୁ ସଂଖ୍ୟା ୫୮୩୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.