କପଡ଼ା ମାସ୍କ ବ୍ୟବହାର କରୁଛନ୍ତି କି ? ସାବଧାନ

ଦିଲ୍ଲୀ, ଜୁଲାଇ ୩୦ : ବର୍ତ୍ତମାନ ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ମାସ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ସାରିଛି । କରୋନା ମହାମାରୀ ଆରମ୍ଭରେ ମାସ୍କର ବ୍ୟବହାର ବଢିଥିବା ବେଳେ ଏବେ ମାସ୍କ ଏକ ଜୀବନ ରକ୍ଷାକାରୀ ଅସ୍ତ୍ର ପାଲଟିଛି । ତେବେ କେଉଁ ମାସ୍କ ପିନ୍ଧିଲେ କରୋନା ହେବ ନାହିଁ, କେଉଁ ମାସ୍କ ପିନ୍ଧିଲେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ ନାହିଁ ଏଭଳି ଅନେକ ରିସର୍ଚ କରୋନା ସମୟରେ ସାମ୍ନାକୁ ଆସିଲା ଯେଉଁଥିରେ ।ମସ୍କର ବ୍ୟବହାରିତା ଓ ପ୍ରକାରକୁ ନେଇ ଅନେକ ବିଶ୍ଲେଷଣ କରାଯାଇଛି । ବର୍ତ୍ତମାନ ମଧ୍ୟ ସେମିତି ଏକ ଗବେଷଣା ସାମ୍ନାକୁ ଆସିଛି ଯେଉଁଥିଲେ ସାଧାରଣ ଲୋକ ବ୍ୟବହାର କରୁଥିବା କପଡ଼ା ମାସ୍କକୁ ନେଇ ରିସର୍ଚ କରାଯାଇଛି । ପ୍ରକୃତରେ କପଡ଼ା ମାସ୍କ କେଉଁ ବର୍ଗର ଲୋକମାନେ ପିନ୍ଧିପାରିବେ ଓ କପଡା ମାସ୍କ କେଉଁ ମାନଙ୍କ ପାଇଁ ହାନୀକାରକ ତାହା ବର୍ଣ୍ଣନା କରାଯାଇଛି । ଏମିତିକି ସ୍ୱତନ୍ତ୍ର ବର୍ଗର କରୋନା ରୋଗୀ କପଡ଼ା ମାସ୍କ ବ୍ୟବହାର କରିବା ଦ୍ୱାରା ଏହା ସେମାନଙ୍କୁ ଆହୁରୀ ବିପଦ ମୁହଁକୁ ଠେଲି ଦେଇ ପାରେ ବୋଲି ମଧ୍ୟ ଗବେଷଣାରେ କୁହାଯାଇଛି । ଏମ୍ସ ରେ ୩୫୨ ରୋଗୀଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ରୋଗୀ କପଡା ମାସ୍କ ପିନ୍ଧିବା ଉଚିତ୍ ନୁହେଁ । ଦୀର୍ଘ ସମୟ ଧରି ଏକ କପଡା ମାସ୍କ ପିନ୍ଧିବା ଦ୍ୱାରା ମଇଳା ହେତୁ ବ୍ଲାକ୍ ଫଙ୍ଗସ୍ ହେବାର ସମ୍ଭାବନା ବଢିଥାଏ । ବିଶେଷକରି ଏପରି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌, ସେମାନେ ଅଧିକ ସତର୍କ ହେବା ଆବଶ୍ୟକ । ଅଧ୍ୟୟନରେ ୨୦୦ ରୋଗୀ କରୋନା ସଂକ୍ରମିତ ହୋଇଥିଲେ । ସେଠାରେ ୧୫୨ ରୋଗୀ ଥିଲେ ଯେଉଁମାନେ କରୋନା ସହିତ ବ୍ଲାକ୍ ଫଙ୍ଗସରେ ପୀଡିତ ଥିଲେ । ଅନୁସନ୍ଧାନ ଅନୁଯାୟୀ, କେବଳ ୧୮ ପ୍ରତିଶତ ବ୍ଲାକ୍ ଫଙ୍ଗସରେ ପୀଡିତ ଥିବା ରୋଗୀ ଏନ ୯୫ ମାସ୍କ ବ୍ୟବହାର କରିନଥିବା ଜଣାପଡିଛି । ଏଥି ସହିତ, ପ୍ରାୟ ୪୩ ପ୍ରତିଶତ ରୋଗୀ ଏନ ୯୫ ମାସ୍କ ବ୍ୟବହାର କରିଥିଲେ ତେଣୁ ସେମାନେ ଏହି ଭୟଙ୍କର ବ୍ଲାକ୍ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇନଥିଲେ । ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ୭୧.୨ ପ୍ରତିଶତ ରୋଗୀ ସର୍ଜିକାଲ୍ କିମ୍ବା କପଡା ମାସ୍କ ବ୍ୟବହାର କରିଥିଲେ । ସେଥିମଧ୍ୟରୁ ୫୨ ପ୍ରତିଶତ ରୋଗୀ କପଡା ମାସ୍କ ବ୍ୟବହାର କରୁଥିଲେ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । ମେଡିସିନ୍ ବିଭାଗର ଡାକ୍ତର ନୀରଜ ନିଶାଲ୍ କହିଛନ୍ତି ଯେ ମଇଳା କପଡା ମାସ୍କର ଏକାଧିକ ଏବଂ ଦୀର୍ଘ ସମୟ ବ୍ୟବହାର କଲେ ମକୋର୍ମାଇକୋସିସ୍ ହେବାର ଆଶଙ୍କା ବଢିଥାଏ ।

Leave A Reply

Your email address will not be published.