ଆଜିଠୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର, ଜୁଲାଇ ୩୦ : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ମାଟ୍ରିକ୍ ପରୀକ୍ଷାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କରୋନା କଟକଣା ମଧ୍ୟରେ ହୋଇଛି ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା । ପୂର୍ବରୁ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ବାତିଲ୍ କରିଥିଲେ । ଏହାପରେ ବହୁ ବାଦବିବାଦ ପରେ ପରୀକ୍ଷା ଫଳ ପ୍ରକାଶିତ କରାଯାଇଥିଲା । ମାତ୍ର ଏଥିରେ ବହୁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ ତେଣୁ ସେମାନଙ୍କ ପାଇଁ ବିକଳ୍ପ ଭାବରେ ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆଜି ମୋଟ୍ ୫୪୦ ଟି ସେଣ୍ଟରରେ ୧୫୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ସମସ୍ତ ମାଟ୍ରିକ୍ ପରୀକ୍ଷା ସେଣ୍ଟର ଗୁଡିକରେ କରୋନା କଟକଣା ତଥା ନିୟମ ଗୁଡିକୁ ପାଳନ କରାଯାଇ ପିଲାମାନଙ୍କ ପରୀ କ୍ଷା କରାଯାଉଛି । ତେବେ ତ୍ରୁଟିଶୂନ୍ୟ ଭାବରେ ପରୀକ୍ଷା କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.