ବିଶେଷଜ୍ଞ କମିଟିର ଅନୁମୋଦନ: କୋଭିଶିଲ୍ଡ ଓ କୋଭାସ୍କିନର ମିକ୍ସ ଡୋଜ ଉପରେ ଅଧ୍ୟୟନକୁ ମିଳୁ ମଂଜୁରୀ

ନୂୂଆଦିଲ୍ଲୀ, ଜୁଲାଇ ୩୦ : ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡର୍ଡ କଂଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ)ର କୋଭିଡ-୧୯ ଉପରେ ଗଠନ ସବଜେକ୍ଟ ଏକ୍ସପର୍ଟ କମିଟି ଗୁରୁବାର କୋଭିଶିଲ୍ଡ ଓ କୋଭାସ୍କିନକୁ ମିକ୍ସ କରି ଏହାରି ଉପରେ ଅଧ୍ୟୟନକୁ ଅନୁମୋଦନ କରିଛନ୍ତି । ଏଥି ସହିତ ଏକ୍ସପର୍ଟ ପ୍ୟାନେଲ ଭାରତ ବାୟୋଟେକର କୋଭାସ୍କିନ ଏବଂ ନେଜଲ ଭ୍ୟାକ୍ସିନଙ୍କୁ ମିକ୍ସିଡକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ଏତଦ ବ୍ୟତୀତ ବାୟୋଲୋଜୀକାଲ ‘ଈ’ର ଶିଶୁଙ୍କ ଟିକାକୁ ମଧ୍ୟ କ୍ଲିନିକାଲ ପରୀକ୍ଷାକୁ ମଂଜୁରୀ ଦେବା ପାଇଁ ଅନୁମୋଦନ କରିଛନ୍ତି । ମାତ୍ର ଶେଷ ନିଷ୍ପତ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆ) ନେବେ ।  ତାମିଲନାଡୁର ଭେଲ୍ଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମ୍‌ସି) କୋଭିଶିଲ୍ଡ ଏବଂ କୋଭାସ୍କିନର ମିକ୍ସିଂଙ୍ଗ ଡୋଜ ଉପରେ ଏକ ଅଧ୍ୟୟନ କରିବାକୁ ନେଇ ଆବେଦନ ଦେଇଥିଲେ । ଏହାରି ଉପରେ ଏକ୍ସପର୍ଟ କମିଟି ଅନୁମୋଦନ କରିଛନ୍ତି ଯେ, ସିଏମସିକୁ ଏହି ଅଧ୍ୟୟନ କରିବାକୁ ମଂଜୁରୀ ଦିଆଯିବା ଦରକାର ।  ଏକ ଗଣମାଧ୍ୟମ ସଂସ୍ଥା ଅନୁସାରେ ଏକ୍ସପର୍ଟ କମିଟି ସିଏମ୍‌ସିକୁ ଫେଜ-୪ର କ୍ଲିନିକାଲ ପରୀକ୍ଷା ପାଇଁ ମଂଜୁରୀ ଦେବାକୁ ଅନୁମୋଦନ କରିଛି, ଯେଉଁଥିରେ କି ୨୦୦ ଲୋକଙ୍କୁ କୋଭିଶିଲ୍ଡ ଓ କୋଭାସ୍କିନି ଟିକାର ଡୋଜ ଦିଆଯିବ । ଏହି ଅଧ୍ୟୟନରୁ ତଥ୍ୟ ସଂଗ୍ରହ କରିବାର ଅଛି ଯେ, ଟିକାକରଣ କୋର୍ସ ପୂରା କରିବା ଲାଗି କାହାକୁ ଭିନ୍ନ ଭିନ୍ନ ଯିକାର ଡୋଜ ଦିଆଯାଇ ପାରିବ । 

Leave A Reply

Your email address will not be published.