ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,ଜୁଲାଇ 31 : ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ତେଣୁ ବିକଳ୍ପ ମୂଲ୍ୟାୟନ ଆଧାରରେ ନମ୍ବର ଦିଆଯାଇଥିବା ବେଳେ   ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଏଥିପାଇଁ ଛାତ୍ରଛାତ୍ରୀ https://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପରେ ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବେ ସରକାର । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ଖୁବଶୀଘ୍ର କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷଣା ହେବ । ରେଜଲ୍ଟ ଅପେକ୍ଷାରେ ଅଛନ୍ତି ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ । ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ କଳା ଓ ଧନ୍ଦାମୂଳକ ଫଳ ଘୋଷଣାରେ ବିଳମ୍ବ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.