ଅଲିମ୍ପିକ୍ସରେ ଆଜି ଆରମ୍ଭରୁ ନିରାଶା ଖବର ଦେଲେ ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ

ଟୋକିଓ,ଜୁଲାଇ 31 : ପୁରୁଷ ୫୨ କିଲୋ ବକ୍ସିରେ ହାରିଗଲେ ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ । ଅମିତ ପଙ୍ଘଲ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଥିଲେ ହେଲେ ବର୍ତ୍ତମାନ ସେ ଭାରତକୁ ନିରାଶା କରିଛନ୍ତି। କଲୋମ୍ବିଆ ପ୍ରତିଯୋଗୀ ୟୁବେର୍ଜେନ ମାର୍ଟିନେଜଙ୍କଠାରୁ ୧-୪ରେ ହାରିଛନ୍ତି । ପ୍ରଥମ ରାଉଣ୍ଡକୁ ଅମିତ ୪-୧ରେ ଜିତିଥିଲେ । ଦ୍ୱିତୀୟ ରାଉଣ୍ଡରେ ୧-୪ ଓ ତୃତୀୟ ରାଉଣ୍ଡରେ ୦-୫ରେ ପରାଜୟର ସାମନା କରିଥିଲେ । ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲଙ୍କର ଏହା ଥିଲା ଅଲିମ୍ପିକ୍ସରେ ପଦାର୍ପଣ । ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହ ଅଲିମ୍ପିକ୍ସର ସିଧାସଳଖ ରାଉଣ୍ଡ ୧୬କୁ ଯାଇଥିଲେ ଅମିତ । ସେ ଭାରତର ପଦକ ଦାବିଦାର ଥିଲେ ।

Leave A Reply

Your email address will not be published.