ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପ୍ରକୋପ ଜାରି

ନୂଆଦିଲ୍ଲୀ, ଜୁଲାଇ ୩୧ : ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି । ବିଶେଷ ଭାବରେ ଉତ୍ତର ଏବଂ ମଧ୍ୟ ଭାରତରେ ବର୍ଷା ତାଣ୍ଡବ ରଚିଛି । ପୂର୍ବ ଭାରତର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଗତ ୨ ଦିନ ମଧ୍ୟରେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ମୁସଲଧାରା ବର୍ଷା ହୋଇଛି । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଭାରତୀୟ ପାଣପାଗ ବିଭାଗ ଏହି ରାଜସ୍ଥାନ ପାଇଁ ରେଡ ଆଲର୍ଟ ଜାରି କରିଛି । ରାଜ୍ୟର ୨୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାରଣ ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ମଧ୍ୟପ୍ରଦେଶର ପାଖାପାଖି ଅଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ହିମାଚଳ ପ୍ରଦେଶରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏବେବି ୨୦୦ ଲୋକ ଫସିରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପର୍ଯ୍ୟଟକ । ଶୁକ୍ରବାର ୩ଟି ଟ୍ୟାଙ୍କର ନିଖୋଜ ହୋଇଯାଇଛି । 

Leave A Reply

Your email address will not be published.