ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ, ଅଗଷ୍ଟ ୨ : ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମି ଆସୁଥିବା ବେଳେ ରାଜ୍ୟରେ ଏବେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୁଣି ଧିରେ ଧିରେ ସବୁ କିଛି ଖୋଲିବା ଆରମ୍ଭ ହୋଇଛି ।  ପର୍ଯ୍ୟଟନସ୍ଥଳୀ ମଧ୍ୟ ଖୋଲିବା ଆରମ୍ଭ ହୋଇଛି । ଦୀର୍ଘ ୩ ମାସ ପରେ ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଛି । କରୋନା କଟକଣା ମଧ୍ୟରେ ସୂର୍ଯ୍ୟ ମନ୍ଦିର ଖୋଲିଥିବା ବେଳେ ଟୁରିଷ୍ଟ ଗାଇଡ୍ ଓ ଫଟୋଗ୍ରାଫରଙ୍କ ଉପରେ କଟକଣା ଲଗାଯାଇଛି । କରୋନା କଟକଣା ମଧ୍ୟରେ କୋଣାର୍କ ମନ୍ଦିର ଖୋଲିଥିବା ବେଳେ ଅନଲାଇନ୍ ରେ ଟିକେଟ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ଅନଲାଇନ୍ ରେ ଟିକେଟ୍ କାଟି ସୂର୍ଯ୍ୟମନ୍ଦିର ବୁଲିପାରିବେ ।  ଏହା ସହିତ ରାଜ୍ୟର ଆଉ ସବୁ ପର୍ଯ୍ୟଟନସ୍ଥଳନୀ ବି ଖୋଲିବା ନେଇ ବିଚାର ବିମର୍ଶ କରାଯାଉଛି ।

Leave A Reply

Your email address will not be published.