ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଭୁବନେଶ୍ୱର, ଅଗଷ୍ଟ ୩ : କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ସର୍ବାଧିକ ପ୍ରଭାବିତ ହୋଇଛି । ପ୍ରାୟ ଅଧିକାଂଶ ବୋର୍ଡ କତ୍ତୃପକ୍ଷ ପରୀକ୍ଷାକୁ ବାତିଲ କରାଇ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କର ପରୀକ୍ଷାଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା । ଏହାପରେ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ପ୍ରଥମେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରାଯାଇଥିଲା ଏହାପରେ ଆଜି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାକୁ ଯାଇଛି । ଆଜି ଦିନ ୧୨ ଟାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସିବିଏସଇ ୱେବସାଇଟ୍ ରେ ପରୀକ୍ଷାଫଳ ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବ । cbseresult.nic.in ରେ ପରୀକ୍ଷାଫଳ ଘୋଷଣା କରାଯିବ ।

Leave A Reply

Your email address will not be published.