ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ମା’ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର, ଅଗଷ୍ଟ ୩ : କରୋନା ମହାମାରୀର ଦ୍ୱୀତିୟ ଲହର ପ୍ରଭାବ ଯୋଗୁ ରାଜ୍ୟରେ ଦୀର୍ଘ ୩ ମାସ ଧରି ବନ୍ଦ ପଡିଥିଲା ସବୁ ମନ୍ଦିର ଓ ଅନ୍ୟାନ ଧାର୍ମିକ ଅନୁଷ୍ଠାନ ।  ମାତ୍ର ଏବେ ରାଜ୍ୟରେ କରୋନା କଟକଣା ସାମନ୍ୟ କୋହଳ ହୋଇଥିବାରୁ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି । ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ସମ୍ବଲପୁରର ଅଧିଷ୍ଟ୍ରାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ । ତେବେ ଆଜି ସମସ୍ତ କରୋନା କଟକଣା ମଧ୍ୟ ଭକ୍ତ ମାନେ ମଧ୍ୟ ମା’ଙ୍କୁ ଦର୍ଶନ କରିଛନ୍ତି । ସକାଳ ୬ଟାରୁ ଦିନ ୧୧ ଟା ୩୦ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର। ୬୫ ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ ବୟଷ୍କ ଏବଂ ଗର୍ଭବତୀ ମହିଳାମାନଙ୍କୁ ମନ୍ଦିର ବାରଣ ହୋଇଥିବା ବେଳେ ଭକ୍ତ ଦର୍ଶନ କରବା ସମୟରେ ମାସ୍କ ବ୍ୟବହାର , ସାମାଜିକ ଦୂରତା ଓ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.