ଆଜି ରାଜ୍ୟରେ ୧୧୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ଅଗଷ୍ଟ ୩ : ରାଜ୍ୟରେ କରୋନା ମହାମାରୀ ଧିରେ ଧିରେତଳ ମୁହାଁ ସେବା ସହିତ ଦ୍ୱିତୀୟ ଲହରର ପ୍ରଭାବ ମଧ୍ୟ କମି କମି ଆସୁଛି । ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ କମିଛି । ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୪୭୨ ଟି ଲୋକାଲ କେସ୍ ଚିହ୍ନଟ କରାଯାଇଛି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.