ଶ୍ରୀମନ୍ଦିରକୁ ଛାଡି ପୁରୀରେ ଅନ୍ୟ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି

ପୁରୀ, ଅଗଷ୍ଟ ୩ : କରୋନା କଟକଣା ମଧ୍ୟରେ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ସବୁ ବନ୍ଦ ରହିଛି । ଅଗଷ୍ଟ ଗାଇଡଲାଇନ୍ ଅନୂଯାଇ ମନ୍ଦିର ଖୋଲିବା ନଖୋଲିବା ନେଇ ଜିଲ୍ଲାପାଳ ମାନେ ନିଷ୍ପତି ନେଇପାରିବେ । ଏପଟେ ପୁରୀରେ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ସମସ୍ତ କରୋନା କଟକଣା ମଧ୍ୟରେ ପୁରୀରେ ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । ସକାଳ ୬ ଟାରୁ ରାତି ୮ ଯାଏଁ ମନ୍ଦିର ସବୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ୬୧ ବର୍ଷରୁ ଉର୍ଦ୍ଧ୍ୱ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କ ଉପରେ କଟକଣା ଲାଗାଯାଇଛି । କୋଭିଡ୍ ନିୟମର କୌଣସି ମନ୍ଦିରରେ ଉଲଘଂନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.