କଟକ ଓ ପୁରୀ ପରେ ଆଉ ୩ ଜିଲ୍ଲାରେ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି

କେନ୍ଦ୍ରାପଡ଼ା, ଅଗଷ୍ଟ ୪ : ରାଜ୍ୟରେ ଅଗଷ୍ଟ ପହିଲାରୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କଟକଣା ମଧ୍ୟରେ ଧିରେ ଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ମିଳୁଛି । କିଛି ହାତଗଣତି ବଡ଼ ମନ୍ଦିରକୁ ଛାଡିଦେଲେ ଏବେ ପ୍ରାୟ ଅଧିକାଂଶ ଜିଲ୍ଲାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ମାନେ । ବର୍ତ୍ତମାନ ପୁରୀ ଓ କଟକ ପରେ ଯାଯପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ । ତେବେ କରୋନା କଟକଣା ମଧ୍ୟରେ ଏହି ସବୁ ଜିଲ୍ଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । ମନ୍ଦିର ପରିସର ମଧ୍ୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ କଡାକଡି ଭାବରେ ପାଳନ କରାଯିବା ନେଇ ମନ୍ଦିର କତ୍ତୃପକ୍ଷ ମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଗର୍ଭବତୀ ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କ ମନ୍ଦିର ପ୍ରବେଶ କୁ ବାରଣ କରାଯାଇଛି ।

Leave A Reply

Your email address will not be published.